ବନ୍ଦ କରନ୍ତୁ

ମଙ୍ଗଳାଯୋଡି

ମଙ୍ଗଳାଯୋଡି ପର୍ଯ୍ୟଟନ ସ୍ଥଳୀ, ଯାହାକି ଜିଲ୍ଲା ସଦର ମହକୁମାଠାରୁ ୪୦ କି. ମି. ଦୂରରେ ଅବସ୍ଥିତ । ମାତୃ ପ୍ରକୃତିକୁ ଉପଭୋଗ କରିବାରେ ଏକ ସୁନ୍ଦର ଗନ୍ତବ୍ୟସ୍ଥଳୀ । ଓଡିଶାରେ ଥିବା ଚିଲିକା ହ୍ରଦରେ ଉତ୍ତରପଟ କୂଳରେ ଏକ ପର୍ଯ୍ୟବରଣୀୟ ପର୍ଯ୍ୟଟନ ରୂପେ “ପକ୍ଷୀମାନଙ୍କର ସ୍ଵର୍ଗଦ୍ୟାନ” ଭାବରେ ଶୀତଦିନେ ଏହାର ସନ୍ତସନ୍ତିଆ ଜଳଭାଗରେ ୩,୦୦,୦୦୦ ରୁ ଉର୍ଦ୍ଧ୍ଵ ପକ୍ଷୀମାନଙ୍କର ଆଶ୍ରୟ ସ୍ଥଳ ପାଲିଟିଛି । ଏହା ପରସ୍ପର ସଂଶ୍ଳିଷ୍ଟ ଜୈବ ସମାଜ ମଧ୍ୟରୁ ଅନ୍ୟତମ, ଯାହାର ରକ୍ଷଣାବେକ୍ଷଣ ପୋଷଣୀୟ ଜୀବନ ଶୈଳୀର ଆଦର୍ଶ ପ୍ରତୀକ ରୂପେ ବିଦ୍ୟମାନ । ମଙ୍ଗଳାଯୋଡି ପର୍ଯ୍ୟଟନର ଲକ୍ଷ୍ୟ ପ୍ରେରଣା ସୂଚନା ଏବଂ ଗୋଷ୍ଠୀକୁ ସକ୍ଷମ କରାଇବା ଏବଂ ଏହି ପର୍ଯ୍ୟବରଣୀୟ ପର୍ଯ୍ୟଟନକୁ ଜୀବନ ଶୈଳୀର ମାଧ୍ୟମ ରୂପେ ପେକ୍ଷଣୀୟ କରିବା । ଏହାଛଡା ଏହା ଏକ ସୁନ୍ଦର ପରିଚାଳିତ ପର୍ଯ୍ୟଟନ ସ୍ଥଳୀ ରୂପେ ଅଳ୍ପ ଲାଭ ପାଇଁ ଶୋଷଣ କରିବା ପରିବର୍ତ୍ତେ) ପରିଗଣିତ ହେବ ଉଚିତ । ଏହି ସମସ୍ତ କାର୍ଯ୍ୟର ମୁଖ୍ୟ ପଦକ୍ଷେପ ହେଉଛି ଏହି ସନ୍ତସନ୍ତିଆ ପର୍ଯ୍ୟଟନ ସ୍ଥଳୀ ଏବଂ ଜୀବଜନ୍ତୁଙ୍କ ଜୀବନ ଶୈଳୀର ରକ୍ଷଣାବେକ୍ଷଣ କରିବା ।

  • ମଙ୍ଗଳାଯୋଡି ନୌକା ବିହାର
  • ଉଡନ୍ତା ପକ୍ଷୀ
  • ନୌକା ବିହାର
  • ପ୍ରାକୃତିକ ଦୃଶ୍ୟ
  • ମଙ୍ଗଳାଯୋଡି
  • ହ୍ରଦ ଦୃଶ୍ୟ
  • ମଙ୍ଗଳାଯୋଡି ନୌକା ବିହାର
  • ଉଡନ୍ତା ପକ୍ଷୀ
  • ନୌକା ବିହାର
  • ପ୍ରାକୃତିକ ଦୃଶ୍ୟ
  • ମଙ୍ଗଳାଯୋଡି
  • ହ୍ରଦ ଦୃଶ୍ୟ

କିଭଳି ପହଁଞ୍ଚିବେ:

ରେଳଗାଡ଼ିରେ

ଖୋର୍ଦ୍ଧାରୋଡ ରେଳ ଷ୍ଟେସନଠାରୁ ଏହାର ଦୂରତା ୩୦ କି. ମି. । ହାଓଡ଼ା ଚେନ୍ନାଇ ଦକ୍ଷିଣ ପୂର୍ବ ରେଳପଥ କାଳୁପଡା ଘାଟ ଷ୍ଟେସନ ଏହାର ନିକଟତମ ରେଳ ଷ୍ଟେସନ ।

ସଡ଼କ ପଥରେ

ଭୁବନେଶ୍ଵରରୁ ବାହାରିଥିବା ୧୬ ନଂ ଜାତୀୟ ରାଜପଥ (ଦକ୍ଷିଣ-ପଶ୍ଚିମ)ରେ ମଙ୍ଗଳାଯୋଡି ପାଖାପାଖି ୭୦ କି. ମି. ଦୂରତାରେ ଅବସ୍ଥିତ । ଏହା ବ୍ରହ୍ମପୁର ସହିତ ସଂଯୋଗ କରୁଛି । ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଟାଙ୍ଗି ସହରର ଦକ୍ଷିଣ-ପୂର୍ବକୁ ୪ କି. ମି. ଦୂରରେ ଏହି ମଙ୍ଗଳାଯୋଡି ଅବସ୍ଥିତ । ଚାନ୍ଦପୁର ହେଉଛି ଏହାର ପାଖାପାଖି ବେସ ଜଣାଶୁଣା ଜାଗା । ପରିଦର୍ଶକମାନେ ଟାଙ୍ଗିର ଏହି ଚାନ୍ଦପୁରଠାରେ ଓହ୍ଲାଇ ଅଟୋ ବା ଟ୍ୟାକ୍ସି ଯୋଗେ ଏହି ମଙ୍ଗଳାଯୋଡିକୁ ଯାନ୍ତି । ବିକଳ୍ପ ଭାବରେ ଭୁବନେଶ୍ଵରରୁ ଟ୍ୟାକ୍ସି ଯୋଗେ ଏଠାକୁ ଆସନ୍ତି । ବସଗୁଡିକ ମଧ୍ୟ ଭୁବନେଶ୍ଵରରୁ ଟାଙ୍ଗିକୁ ନିୟମିତ ଭାବେ ଚଳପ୍ରଚଳ କରନ୍ତି ।