ବନ୍ଦ କରନ୍ତୁ

ଅଟ୍ରୀ

ଅଟ୍ରି ଏହାର ଚିରସ୍ରୋତା ଉଷ୍ମ ପ୍ରସ୍ରବଣ ପାଇଁ ପ୍ରସିଦ୍ଧ । ଏହି ଉଷ୍ମ ପ୍ରସ୍ରବଣର ଚିକିତ୍ସା ଗୁଣ ପ୍ରଖର ଓ ତୀବ୍ର ଭାବରେ ଚର୍ମରୋଗ ଆରୋଗ୍ୟ କରିବାରେ ଖ୍ୟାତି ଲାଭ କରିଛି । ଏହି ଉଷ୍ମ ପ୍ରସ୍ରବଣର ଜଳ (୫୭ ଡିଗ୍ରୀ ସେଲସିଅସ) । ଏହି ଉଷ୍ମ ପ୍ରସ୍ରବଣର ଜଳ କୁ ଯେତେବେଳେ ୧୦୦ ଡିଗ୍ରୀ ସେଲସିଅସ ରେ ଫୁଟାଇଲେ ଏଥିରୁ ଗନ୍ଧକର ମହକ ବାହାରେ । ଏହି ଅଟ୍ରିଠାରେ ଓଡିଶା ସରକାରଙ୍କର ଏକ ବଡ ସ୍ନାନାଗାର ଅଛି । ଏହି ଉଷ୍ମ ପ୍ରସ୍ରବଣର ଅନତି ଦୂରରେ ହଟ୍ଟକେଶ୍ଵର ମହାଦେବଙ୍କର ପୂଣ୍ୟ ପୀଠ ଅବସ୍ଥିତ । ଏହି ମନ୍ଦିର ବେଢାରେ ମକର ସଙ୍କ୍ରାନ୍ତି ଦିନ (ଜାନୁୟାରୀର ମଧ୍ୟ ଭାଗ) ଏକ ବିରାଟ ମକର ମେଳା ଅନୁଷ୍ଠିତ ହୁଏ । ଏହି ଦିନ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ପ୍ରଭୁ ହଟ୍ଟକେଶ୍ଵରଙ୍କୁ ପୂଜା କରନ୍ତି ଓ ରୋଗରୁ ମୁକ୍ତି ପାଇବା ପାଇଁ ସେହି ପୋଖରୀରେ ବୁଡ ପକାନ୍ତି ।

  • ଉଷ୍ମ ପ୍ରସବଣ
  • ଊଷ୍ମପ୍ରସବନ ପରିସର
  • ହଟକେଶ୍ଵର
  • ଅଟ୍ରୀ ମୁଖ୍ୟ ଦ୍ଵାର
  • ମୁଖ୍ୟ ଦ୍ଵାର ଦୃଶ୍ୟ
  • ଉଷ୍ମ ପ୍ରସବଣ
  • ଊଷ୍ମପ୍ରସବନ ପରିସର
  • ହଟକେଶ୍ଵର
  • ଅଟ୍ରୀ ମୁଖ୍ୟ ଦ୍ଵାର
  • ତୋରଣ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଟ୍ରିଠାରୁ ୪୫ କି.ମି. । ସେହି ଜାଗାରେ ପହଞ୍ଚିବାପାଇଁ ବିମାନ ବନ୍ଦର ଠାରୁ ଯେ କେହି ସିଧାସଳଖ ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟେସନରୁ ଭଡା କରି ପହଞ୍ଚିପାରିବେ ।

ରେଳଗାଡ଼ିରେ

ପାଖ ରେଳ ଷ୍ଟେସନ ହେଉଛି ଖୋର୍ଦ୍ଧା ରୋଡ, ଯାହାକି ୧୪ କି. ମି. ଦୂର ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟେସନରୁ ଭଡା କରି ଯାଇପାରିବେ ।

ସଡ଼କ ପଥରେ

୧୬ ନଂ ଜାତୀୟ ରାଜପଥ ଯାହା ଭୁବନେଶ୍ଵର ଓ ଖୋର୍ଦ୍ଧାକୁ ସଂଯୋଗ କରୁଛି । ତାହା ମଧ୍ୟ ଅଟ୍ରିକି ଛୁଇଁଛି ।