ସ୍ୱାସ୍ଥ୍ୟ
ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଦିଗରେ ଖୋରଧା ଜିଲ୍ଲାର ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ (CDMO) ପକ୍ଷରୁ ଆନ୍ତରିକ ଉଦ୍ୟମ ଅବ୍ୟାହତ ରହିଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନିଆଯାଉଛି । ଜନଜାତି ଅଧୁସିତ କ୍ଷେତ୍ର ତଥା ପଛୁଆ ଅଞ୍ଚଳମାନଙ୍କରେ ଦୃଷ୍ଟିରେ ରଖି ବିଶେଷ ଧ୍ୟାନ ଦିଆଯାଉଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟର ମୁଖ୍ୟ ଲକ୍ଷ ଗୁଡିକ ହେଲା
- ଜିଲ୍ଲାର ଜନସାଧାରଣଙ୍କୁ ପର୍ଯ୍ୟାପ୍ତ, ଗୁଣାତ୍ମକ, ପ୍ରତିଷେଧାତ୍ମକ ତଥା ଆରୋଗ୍ୟତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ।
- ଯେହେତୁ ଏଠାରେ ଅନେକ ଜନଜାତି ବହୁଳ ଏବଂ ବିଶେଷକରି ତଫସିଲ ଭୁକ୍ତ ଜନଜାତି, ତଫସିଲ ଭୁକ୍ତ ଜାତି ଏବଂ ଅନ୍ୟ ପଛୁଆ ବର୍ଗ ଭଳି ଅନୁନ୍ନତ ଶ୍ରେଣୀର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ।
- ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟ ହେଲା ସମସ୍ତଙ୍କ ପାଇଁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା । ଜିଲ୍ଲାର ଜନସାଧାରଣଙ୍କ ନିକଟରେ ଏହି ସେବା କେବଳ ଏଲୋପାଥିକ ପଦ୍ଧତିର ଚିକିତ୍ସା ମାଧ୍ୟମରେ ଉପଲବ୍ଧ ହେବନାହିଁ, ବର ହୋମିଓପାଥି ଏବଂ ଆୟୁର୍ବେଦିକ ପଦ୍ଧତିରେ ମଧ୍ୟ ଉପଲବ୍ଧ ହେବ ।
- ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ବ୍ୟାପକ ସୁଯୋଗ ପ୍ରଦାନ ନିମନ୍ତେ, ସେମାନଙ୍କ ଅତି ନିକଟରେ ଏହା ଉପଲବ୍ଧ କରାଇବା ନିମନ୍ତେ ବିଶେଷ କରି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବା ଜିଲ୍ଲାର ପଛୁଆ ଅଞ୍ଚଳ ଲୋକଙ୍କୁ ମୋବାଇଲ ହେଲଥ ୟୁନିଟ ବା ଭ୍ରାମ୍ୟମାଣ ସ୍ଵାସ୍ଥ୍ୟସେବା ଗାଡି ମାଧ୍ୟମରେ ଏହି ସେବା ପ୍ରଦାନ କରିବା ।
- ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଉନ୍ନତ କରିବା ।
- ଜିଲ୍ଲାରୁ ମ୍ୟାଲେରିଆ ଏବଂ ଅନ୍ୟ ସଂକ୍ରାମକ ରୋଗଗୁଡିକୁ ସଂପୂର୍ଣ୍ଣ ଭାବେ ଦୂର କରିବା ।
- ପ୍ରସବ ସମୟରେ ମାତୃ ଓ ଶିଶୁ ମୃତ୍ୟୁକୁ ହ୍ରାସ କରିବା ସହିତ ପ୍ରସୂତି ମହିଳା ଓ ଶିଶୁମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାର ନିରାକରଣ କରିବା ।
- କେତୋଟି ପ୍ରମୁଖ ତଥା ନିର୍ଦ୍ଧିଷ୍ଟ ସଂକ୍ରାମକ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରିବା ସହିତ ସେମାନଙ୍କୁ ବିନା ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ।
- ପ୍ରାଥମିକ, ମାଧ୍ୟମିକ ଓ ତୃତୀୟକ ସ୍ତରରେ ଚିକିତ୍ସାଳୟ ସେବା ସୁବିଧାରେ ଉନ୍ନତି ସାଧନ କରିବା ସହିତ ଚିକିତ୍ସାଳୟମାନଙ୍କରେ ଆବଶ୍ୟକ ଭିତ୍ତିଭୂମିର ସୁବିଧା, ଔଷଧପତ୍ର ସୁବିଧା ବୃଦ୍ଧି କରିବା ଏବଂ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବା ।
( ଶେଷ ଅଧୁନାତନ: ୨୫-୦୭-୨୦୧୨ )