ପାଇକ ବିଦ୍ରୋହ
ଏହା ଏକ ପ୍ରସିଦ୍ଧ ପାଇକ ବିଦ୍ରୋହ, ଯାହାକି ଓଡିଆ ଜାତିର ପ୍ରାତଃ ସ୍ମରଣୀୟ ଓ ଅବିସ୍ମରଣୀୟ । ଓଡିଶା ମାଟି ମା ର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ସଙ୍ଗେ ସଙ୍ଗେ ଦୁର୍ଦ୍ଦଷ ଇଂରେଜମାନଙ୍କୁ ଧ୍ଵସ୍ତ ବିଧ୍ଵସ୍ତ ଅମାନୁଷିକ ଅକଥନୀୟ ଅତ୍ୟାଚାର ଅନାଚାରରୁ ମୁକ୍ତ କରିବ ସେମାନଙ୍କର ମୁଖ୍ୟ ଲକ୍ଷ ଥିଲା । ବ୍ରିଟିଶ ସେନାଙ୍କ ତୁଳନାରେ ଏମାନେ ଅଧିକ ସାହସୀ ଓ ନିର୍ଭୀକ ଥିଲେ । ନିଜର ପ୍ରୟୋଗାତ୍ମକ ସମର କଳା କୌଶଳ ତଥା ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା । ଷ୍ଟର୍ଲିଙ୍ଗଙ୍କ ଭାଷାରେ ପାଇକମାନେ ତାଙ୍କ ମୁଖିଆକୁ ପ୍ରଭୁ ବୋଲି ମଣନ୍ତି । ସେମାନଙ୍କ ଆନୁଗତ୍ୟର ପଟାନ୍ତର ନାହିଁ । ସେମାନଙ୍କ ହିଂସ୍ର, ଅଶାନ୍ତ ଓ ଅତୃପ୍ତ ସ୍ଵଭାବ ହିଁ ସେମାନଙ୍କୁ ପ୍ରଧାନ ଓ ଦୁର୍ଜୟ ନାଗରିକ ରୁପେ ଗଢି ତୋଳି ପାରିଛି । ପବିତ୍ର ନିସ୍ଵାର୍ଥପର ସେବା ପାଇଁ ମୁଖିଆ ପ୍ରଦତ୍ତ ଜମିରେ ସୁନାର ଫସଲ ଅମଳ କରନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ସାମରିକ ସୁରକ୍ଷାକର୍ମୀ ହୁଅନ୍ତି । ଚାଷ କରି ଜୀବନ ନିର୍ବାହ କରିବା ସଙ୍ଗେ ସଙ୍ଗେ ଶତ୍ରୁ ସଙ୍ଗେ ଲଢିବା ଏହା ତାଙ୍କ ଜୀବନର ବ୍ରତ ଥିଲା । ସେତେବେଳେ ଚଷା, ପାଣ, କଣ୍ଡରା, ବାଉରୀ, ପଠାଣ, ତେଲଗୁ, କାୟସ୍ଥ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଇକ ହୋଇପାରୁଥିଲେ । ଏକ ନିର୍ଦ୍ଧିଷ୍ଟ ଜାତି ନଥିଲା ମୋଟ ମୋଟି କହିବାକୁ ଗଲେ ସେମାନେ ଆଜିର କ୍ଷତ୍ରିୟମାନଙ୍କ ପରି ପ୍ରତିରକ୍ଷା ଦିଗରେ ବଳି ବଳିଷ୍ଠ ଦ୍ଵିତୀୟ ସ୍ତମ୍ବ ରୁପେ କାର୍ଯ୍ୟ ସମ୍ପାଦନ କରୁଥିଲେ । ଏହା ହିଁ ପାଇକ ମାନଙ୍କ ପରିଚୟ ଥିଲା ।ଏମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇପାରେ, ନିଜ ନିଜର ବୃତ୍ତି ତଥା ବ୍ୟବହୃତ ଅସ୍ତ୍ର ଶସ୍ତ୍ରକୁ ନେଇ ସେମାନଙ୍କ ନାମକରଣ କରାଯାଇଥାଏ ।
ପହରି :- ସେମାନେ ଗୁପ୍ତି(ପଶୁ ଚର୍ମ ଦ୍ଵାରା ଅବୃତ କାଠ ଖୋଳରେ ଥିବା ମୁନିଆ ଧାରୁଆ ଅସ୍ତ୍ର) ଧରୁଥିଲେ ଏବଂ ବକ୍ଷ ସ୍ଥଳରେ ସାଞ୍ଜୁ (ଯାହାକି ଲୁହା ଗୋଟୋମାରେ ସ୍ଥାନିତ) ପରିଧାନ କରୁଥିଲେ ଏବଂ ଲମ୍ବ ସିଧା ହୋଇଥିବା ଓଡିଶା ଜାତୀୟ ଅସ୍ତ୍ର “ଖଣ୍ଡା” ଧରୁଥିଲେ । ଏମାନେ କ୍ଷେତ୍ର ରକ୍ଷକ ରୂପେ ନିୟାଜିତ ହେଉଥିଲେ ।
ବଣୁଆ :- ଖଣ୍ଡା ଓ ଢାଲ ବ୍ୟତୀତ ଏମାନେ Matchlock (ଯାହା ପୁରୁଣା କ୍ଷେପଣାସ୍ତ୍ର ବଦଳରେ) ବ୍ୟବହାର କରୁଥିଲେ । ସୁଦୂର ସ୍ଥାନକୁ ଦୁଃସାଧ୍ୟ ଯାତ୍ରା କରିବା ଏମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ।
ଢେଙ୍କିୟା :- ଯେଉଁ ମାନେ ଧନୁ ଓ ତୀର ଧାରଣ କରୁଥିଲେ ତଥା ଖଣ୍ଡାଧରି ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ । ପାଇକମାନଙ୍କ ଯୁଦ୍ଧ ପୋଷାକ କହିଲେ ମୁଣ୍ଡରେ ପଗଡି, ଦେହରେ ଚିତା ବାଘ ଚମଡା ଓ ଜଙ୍ଘକୁ ଲୁହା ଶିକୁଳୀ ଦ୍ଵାରା ଆଛାଦନ କରି ରଖୁଥିଲେ ଏବଂ ବଣୁଆ ଜୀବଙ୍କ ଲାଞ୍ଜରୁ ତିଆରି ଚନ୍ଦ୍ରହାର ବେକରେ ବାନ୍ଧୁଥିଲେ । ସେମାନଙ୍କ ଦୁର୍ବାର ସାହାସ ଓ ଭୀତିପ୍ରଦ ପୋଷାକ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ମନରେ ବେଶ ଭୟ ସୃଷ୍ଟି କରୁଥିଲା । ଖୋଲା ସ୍ଥାନ ହେଉ ଅବା ଜଙ୍ଗଲ ହେଉ ଯୁଦ୍ଧ କରିବାରେ ନିପୁଣ ଥିଲେ । ମୋଗଲ ଓ ମରାଠା ରାଜତ୍ଵ କାଳରେ ରକ୍ତାକ୍ତ ସଂଘର୍ଷ କରିଛନ୍ତି । କୌଣସି ପାଇକ ବା ପଦାତିକ ସୈନ୍ୟଙ୍କଠାରୁ ନ୍ୟୁନତା ସ୍ଵୀକାର କରିନାହାନ୍ତି ।
ଏହିଭଳି ଏକ ସ୍ଥାନୀୟ ଦେଶରକ୍ଷକ ବାସିନ୍ଦା ଇଂରେଜ ସରକାର ଆଗରେ ଶକ୍ତିଶାଳୀ ଉତ୍ତଙ୍ଗ ରୂପେ ଉଭା ହୋଇଥିଲା, ଯାହାକି ପ୍ରଥମରୁ ବଦାନ୍ୟ ଓ ତୋଷଣୀୟ ଉପାୟକୁ କୌଶଳକରି ପ୍ରଚଳନ କରିଥିଲେ । କିନ୍ତୁ ଏକ ଅଦୁରଦର୍ଶୀ ନୀତିଦ୍ଵାରା Major Fletcher ଖୋର୍ଦ୍ଧା ଅଞ୍ଚଳକୁ ଦଖଲ କରି ସର୍ବରାକାର ଏବଂ ଅନ୍ୟ ଇଂରେଜ କର୍ମଚାରୀଙ୍କ ଦ୍ଵାରା ଅଞ୍ଚଳବାସୀଙ୍କୁ ଦମନ ପୂର୍ବକ ସେମାନଙ୍କଠାରୁ ରାଜସ୍ଵ ଆଦାୟ କରୁଥିଲେ । ଏହା ଫଳରେ ଲୋକମାନଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ଵଳନ କରିବା ପାଇଁ ଏକ ଦୃଢ ନେତୃତ୍ୱର ଆବଶ୍ୟକତା ମନେକରାଯାଉଥିଲା । ଏହି ସୁଯୋଗ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କୁ ଏକ ନେତା ହିସାବରେ ଗଢି ତୋଳିଥିଲା ଯିଏ କି ଜଣେ ଅଫିସର ଥିଲେ ଏବଂ ତାଙ୍କ ପୂର୍ବ ପୁରୁଷଙ୍କଠାରୁ ବକ୍ସି ବା ସେନାପତି ଉପାଧି ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ । ଏହି ସେନାପତି ଖୋର୍ଦ୍ଧା ରାଜାଙ୍କ ବାହୁବଳରେ କାର୍ଯ୍ୟ କରୁଥିଲେ । ଏହି ରାଜା କ୍ରମାଙ୍କନୁସାରେ ଦ୍ଵିତୀୟ ସ୍ଥାନରେ ଥିଲେ । ଜାଗିରୀ ଜମି ଏବଂ ଅନ୍ୟାନ୍ୟ ସୁବିଧା ବ୍ୟତୀତ ଜଗବନ୍ଧୁଙ୍କ ପରିବାର ବଂଶବଂଶ ଧରି କିଲ୍ଲା ରୋଡଙ୍ଗ ମୂଲ୍ୟବାନ ଅଞ୍ଚଳକୁ ଏକାଧିକ୍ରମେ ବଂଶାନୁକ୍ରମିକ ଭାବେ ଖଞ୍ଜଣାରେ ଉପଭୋଗ କରୁଥିଲେ । ଏହି ଅଞ୍ଚଳ ସ୍ୱଳ୍ପ ଇଂରେଜ ଦଖଲ ସମୟରେ ଜଗବନ୍ଧୁଙ୍କ ଅଧୀନରେ ଥିଲା । କିନ୍ତୁ କାଳକ୍ରମେ ସେଥିରୁ ତାଙ୍କୁ ଛଡେଇ ଅଣାଯାଇଥିଲା । ଯେଉଁ ସମୟରେ କି ୧୮୧୪ ମସିହା ଜୁନ ମାସରେ ସରକାର ନିର୍ଦ୍ଦେଶନାମା ଜାରି କଲେ ଯେ ତାଙ୍କ ସହ କୌଣସି ବନ୍ଦୋବସ୍ତ ହେବ ନାହିଁ ଯେ ପର୍ଯ୍ୟନ୍ତ ସେ ସମ୍ପତ୍ତୀର ସ୍ଥାୟୀକରଣ ନିୟମ ଦୃଷ୍ଟିରୁ ସ୍ଥାପନ କରିନାହାନ୍ତି । ଜଗବନ୍ଧୁଙ୍କୁ ତଳିତଳାନ୍ତ ୨ ବର୍ଷ ପର୍ଯ୍ୟନ୍ତ ହେବାକୁ ପଡିଲା ଏବଂ ତାଙ୍କ ଭରଣ ପୋଷଣ ଏବଂ ସମର୍ଥନ ପାଇଁ ଖୋର୍ଦ୍ଧା ଲୋକଙ୍କ ସ୍ଵେଚ୍ଛାକୃତ ଦାନ ଯୋଗାଇ ଦିଆଯାଇଥିଲା । ପୂର୍ବାବସ୍ଥାକୁ ଫେରିଆସିବା ପାଇଁ ତାଙ୍କୁ ନିୟମିତ ଭାବରେ ଏକ ଜୀର୍ଣ୍ଣଜାତି ତାଙ୍କ ରାଜକୀୟ ସମ୍ମାନ ପ୍ରଦାନ କରି ଆସୁଥିଲା । ତାଙ୍କର ପୂର୍ବ ଅଞ୍ଚଳ ଗୁଡିକ ଫେରି ପାଇବା ପାଇଁ ଯେତେବେଳେ ତାଙ୍କୁ ଏକ ମକଦ୍ଦମା ରୁଜୁ କରିବାକୁ କୁହାଗଲା ସେ ତାହାକୁ କରିବାକୁ ଅନିଚ୍ଛା ପ୍ରଦର୍ଶନ କଲେ, ତାଙ୍କର ବିଦେଶୀ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଥିବା ବିଚାରାଳୟରେ ଏହାର ବିଚାର ନିଷ୍ପ୍ରୟୋଜନ ହେବ ବୋଲି ହୃଦବୋଧ କଲେ ।
୧୮୧୭ ମସିହା ମାର୍ଚ୍ଚ ମାସରେ ଜଗବନ୍ଧୁଙ୍କ ସ୍ଥିତି ଏହିଭଳି ଥିଲା ଯେଉଁ ସମୟରେ ଏକ କନ୍ଧମାନଙ୍କର ଦଳ ଘୁମସର ରାଜ୍ୟରୁ ୪୦୦ ବଳୁଆ କନ୍ଧ ଖୋର୍ଦ୍ଧା ଅଞ୍ଚଳ ଭିତରକୁ ଧସେଇ ପଶିଲେ ଏବଂ ବିଦ୍ରୋହର ପତାକାକୁ ଖୋଲାଖୋଲି ଭାବେ ଉନ୍ନୋଚନ କଲେ ପାଇକମାନେ ତାଙ୍କ ପୂର୍ବ ନେତା ଜଗବନ୍ଧୁଙ୍କ ନେତୃତ୍ଵରେ ଏକ ହୋଇ ଯୋଗଦେଲେ । ସେମାନେ ପୋଲିସ ଷ୍ଟେସନ (ଥାନା) ଏବଂ ବାଣପୁରରେ ଥିବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ ପାଇଁ ଆଗଭର ହେଲେ, ଯେଉଁଠାରେ କି ବିଦେଶୀ ସରକାରଙ୍କ ୧୦୦ କର୍ମଚାରୀଙ୍କୁ ହତ୍ୟା କଲେ ଏବଂ ୧୫,୦୦୦ ଟଙ୍କା ମୂଲ୍ୟର ସମ୍ପତ୍ତି ନେଇଆସିଲେ । ଏହି ବିଦ୍ରୋହକାରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଲା । ବାଣପୁରରେ ସେମାନଙ୍କର ବିଜୟ ସାରାଦେଶରେ ବ୍ରିଟିଶମାନଙ୍କ ବିରୋଧରେ ଲୋକମାନଙ୍କ ମନରେ ବଳ ଆଣିଦେଲା ଏବଂ ଏହି ପ୍ରତିବାଦରେ ନୈରାଶ୍ୟଜନକତା ଖୋର୍ଦ୍ଧାରେ ରହୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ନିରାପତ୍ତା ଉପରେ ଭୟ ସୃଷ୍ଟି କଲା । ଦମନକାରୀଙ୍କ ଦ୍ଵାରା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପୋଡି ଦିଆଗଲା ଏବଂ ଧନ ସମ୍ପତ୍ତି ଲୁଣ୍ଠନ କରାଗଲା । ଏହି ଏହି ଆନ୍ଦୋଳନକାରୀଙ୍କର ଅନ୍ୟ ଏକ ଦଳ ପ୍ରଗଣା ଲେମ୍ବାଇ ଆଡକୁ ଅଗ୍ରସର ହେଲେ ଏବଂ ଅପ୍ରୀତିକର ଘଟଣା ପାଇଁ ଜଣେ ସ୍ଥାନୀୟ ରାଜକର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡ ଦେଲେ । କଟକରେ ଏହି ଘଟଣାର ସୁରାକ ମିଳିବ ପରେ ଇଂରେଜ ସରକାର ତତକ୍ଷଣାତ ଏଭଳି ଏକ ସୈନ୍ୟଦଳ ଗଣ୍ଡଗୋଳକୁ ଦମନ କରିବା ପାଇଁ ଓ ଶାନ୍ତି ଫେରାଇବା ଉଦ୍ଦେଶ୍ୟରେ ପ୍ରେରଣ କଲେ । ଏହାର ଗୋଟିଏ ଦଳ ସିଧା ଖୋର୍ଦ୍ଧାକୁ ଗଲେ ଏବଂ ଅନ୍ୟଏକ ଦଳ ପ୍ରଗଣା ଲେମ୍ବାଇ ସୁରକ୍ଷା ପାଇଁ ପିପିଲି ଗଲେ ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ସେଠାକାର ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ଭାବି ସେ ଏପ୍ରିଲ ୧ ତାରିଖରେ ୬୦ ସିପାହୀଙ୍କର ଏକ ଦଳ ସହିତ ସେଠାକୁ ଯାତ୍ରା କଲେ । ତାଙ୍କର ଇଚ୍ଛା ଥିଲା ଯେ ଯେଉଁ ସୈନ୍ୟ ଦଳ ଖୋର୍ଦ୍ଧା ଆଡକୁ ଅଗ୍ରସର ହେଉଥିଲେ ତାଙ୍କ ସହିତ ସେ ଯୋଗ ଦେବେ । ତାପରଦିନ ସନ୍ଧ୍ୟାବେଳକୁ ସେ ଗଙ୍ଗପଡ଼ାରେ ପହଞ୍ଚିଥିଲେ । ଏହି ଗଙ୍ଗପଡ଼ା ଗାଁଟି ଖୋର୍ଦ୍ଧାଠାରୁ ୨ ମାଇଲ ଦୂରରେ ଅବସ୍ଥିତ । ଏଠାରେ ଏକ ଗତିପଥାବରୋଧ ତିଆରି କରାଯାଇଥିଲା ଯାହାକି ଏକ ବିଦ୍ରୋହୀ ଦଳଦ୍ଵାରା ପ୍ରତିରକ୍ଷା ଉଦ୍ଦେଶ୍ୟରେ ନିର୍ମିତ ଥିଲା । ଯେତେବେଳେ ଅନ୍ଧାର ଘୋଟିଗଲା ଇଂରେଜଦଳ ଉପରେ ଗୋଳା ବର୍ଷଣ କରାଗଲା । ଏହା ରାତ୍ରି ରହଣି ପାଇଁ ବାଟ କଢେଇଲା ଏବଂ ତାପରଦିନ ସକାଳୁ ଖୁଣ୍ଟଘେରା (ଖଦା) ରେ ଆକ୍ରମଣ ପାଇଁ ସୁଯୋଗ ଦେଲା । ଯେଉଁ ଅଧିକାରୀ ଖୋର୍ଦ୍ଧାକୁ ଅଗ୍ରସର ହେଉଥିଲେ ତାଙ୍କ ପାଖକୁ ଏକ ଚିଠି ଲେଖାଗଲା । ସେଥିରେ ଅନୁରୋଧ କରାଯାଇଥିଲା ତାଙ୍କ ଦଳ ସହ ଖୋର୍ଦ୍ଧାରୁ ପ୍ରତ୍ୟାବର୍ତ୍ତନ ପାଇଁ ଯାହା ଫଳରେ କି ତାଙ୍କୁ ଶତ୍ରୁମାନେ ୨ ଟି ଅଗ୍ନି ବଳୟ ମଧ୍ୟରେ ରହିଯିବେ । ଠିକ ପରଦିନ ସକାଳେ ବାର୍ତ୍ତାବାହାକ ଜଣକ ତଥ୍ୟ ସଂଗ୍ରହକରି ଫେରିଆସିଥିଲେ, ଏହା ଜାଣିପାରି ଯେ ଖୋର୍ଦ୍ଧା ସଂପୂର୍ଣ୍ଣ ରୂପେ ଧ୍ଵଂସ ହୋଇଯିବ ଏବଂ ସୈନ୍ୟଦଳମାନେ କୌଣସି ପଡୋଶୀମାନଙ୍କ ଆଶ୍ରୟରେ ରହିପାରିବେ ନାହିଁ । ଏହି ପରିସ୍ଥିତିରେ ଖୁବ ଶୀଘ୍ର ଫେରିବା ଛଡା ଅନ୍ୟ ଉପାୟ ନଥିଲା । କଟକରୁ କୌଣସି ବ୍ୟବସ୍ଥା କରାଯାଇନଥିଲା ଏବଂ ସେହି ସ୍ଥାନରେ କାହାକୁ କିଣାବିକା କରାଯାଉନଥିଲା । ସିପାହୀମାନେ ଭୋକ ଓ କ୍ଲାନ୍ତିରେ ଆଉଟପାଉଟ ହେଉଥିଲେ ଏବଂ ଧୀରେ ଧୀରେ ଏହି ବିଦ୍ରୋହୀଙ୍କ ସଂଖ୍ୟା ୩ ହଜାରକୁ ବୃଦ୍ଧି ପାଇଥିଲା । ଏହି ପଛଘୁଞ୍ଚା ଆରମ୍ଭ ହେବା ମାତ୍ରେ ପାଇକମାନେ ଦ୍ରୁତ ଗୁଳି ଚାଳନା କଲେ । ଇଂରେଜ ସୈନ୍ୟମାନେ ଯେତେ ଦୂର ସମ୍ଭବ ଖୋଲା ସ୍ଥାନରେ ଥିବାବେଳେ ଅନ୍ୟ ପକ୍ଷରେ ପାଇକମାନେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ରହି ବାରମ୍ବାର ଗୁଳି ବର୍ଷଣ କରିବାରେ ସମର୍ଥ ହେଲେ ଏବଂ ଦ୍ଵନ୍ଦରେ ପଡି କୌଣସି ଜିନିଷପତ୍ର ଯାହା ପଡୁଥିଲା ବା ପରିତ୍ୟକ୍ତ ହେଉଥିଲା ସେଗୁଡିକର ସୁରକ୍ଷା କରିପାରୁଥିଲେ ।
ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିଲା କିନ୍ତୁ ଜୀବନକୁ ସୁରକ୍ଷା ଦିଆଯାଇପାରୁନଥିଲା ଏବଂ ସକାଳ ୫.୩୦ ରୁ ଅପରାହଣ ୩ ଟା ପର୍ଯ୍ୟନ୍ତ ବିନା ରହଣିରେ ଆଗକୁ ମାଡିଯାଇ ସେହି ସୈନ୍ୟଦଳ ପୁରୀ ପଥରେ ଥିବା ବାଳକାଟୀରେ ସୁରକ୍ଷାରେ ପହଞ୍ଚିଲେ ଏବଂ ସେଠାରେ ବିଶ୍ରାମ ନେଲେ । ପୁଣି ରାତି ୯.୩୦ ରେ ସେମାନଙ୍କର ଯାତ୍ରାର ପ୍ରସ୍ତୁତି ବିଷୟରେ ଆଲୋଚନା କଲାବେଳେ ଘନ ଅନ୍ଧକାରରେ ବଡ ଧରଣର ବିଦ୍ରୋହୀଙ୍କ ଦ୍ଵାରା ସେମାନେ ପୁଣି ଥରେ ଆକ୍ରମଣର ଶିକାର ହେଲେ । କିନ୍ତୁ ଏକ ଉତ୍ତମ ନିର୍ଦ୍ଦେଶିତ ଏକାଧିକ୍ରମେ ବହୁ ଅସ୍ତ୍ରରୁ ଗୁଳି ବର୍ଷଣ ତତକ୍ଷଣାତ ବିଦ୍ରୋହୀ ଦମନକାରୀମାନଙ୍କୁ ବିଛୁରିତ କରିଦେଲା ଏବଂ ସୈନ୍ୟ ଦଳଗୁଡିକ ବିନା ଉତ୍ପୀଡନରେ ପୁଣି ଥରେ ପଛ ଘୁଞ୍ଚା ଦେଲେ । ଅପ୍ରେଲ ୪ ତାରିଖରେ ସେମାନେ କଟକରେ ପହଞ୍ଚିଲେ ଏବଂ ସାଥିରେ ନେଇଥିବା ତମ୍ବୁ, ହାତୀ ଏବଂ ବ୍ୟାଗରେ ଥିବା ମୂଲ୍ୟବାନ ଜିନିଷ ସବୁ ହରାଇଲେ । ଏ ବିଷୟରେ ମାଜିଷ୍ଟ୍ରେଟ ସରକାରଙ୍କୁ ଯାହା ଲେଖିଲେ “ଖୋର୍ଦ୍ଧାରୁ ଏକ ଦିନରାତ୍ରି କ୍ରାନ୍ତିକାରୀ ଯାତ୍ରା ପରେ ଏହା ହଠାତ ଫେରିଆସିଲା ପରିଷଦରେ ତାଙ୍କ ନେତୃତ୍ଵ ପାଇଁ ଏହା କେବଳ ଏକ ବାର୍ତ୍ତା ଥିଲା ବୋଲି ମୁଁ କହିପାରେ । ଯାହା ମୋର ପ୍ରତ୍ୟାବର୍ତ୍ତନକୁ ବାଧ୍ୟ କରାଯାଇଥିଲା ଯେତେବେଳେ ସମସ୍ତ ଖୋର୍ଦ୍ଧା ଅଞ୍ଚଳ ସଂପୂର୍ଣ୍ଣ ରାଷ୍ଟ୍ର ବିଦ୍ରୋହରେ କବଳିତ ଥିଲା । ଖୋର୍ଦ୍ଧାର ନୃପତି ସେହି ରାଷ୍ଟ୍ର ବିଦ୍ରୋହୀମାନଙ୍କୁ ଡକାଇଲେ ଏବଂ ଜଗବନ୍ଧୁ ତାଙ୍କ ନାମରେ ଅପରାଧ ଡାଏରୀ କଲେ । ସେମାନଙ୍କର ପୁରୀ ଅଗ୍ରସର ହେବା ପାଇଁ ବଳବତୀ ଇଚ୍ଛାଥିଲା ଏବଂ ତାଙ୍କ ସାମ୍ରାଜ୍ୟ ବିଜୟର ଉଚ୍ଚାଭିଳାଷ ଥିଲା ” ସିପାହୀମାନଙ୍କର ଯେଉଁ ଦଳ ଖୋର୍ଦ୍ଧା ଓ ପିପିଲି ଆଡକୁ ଅଗ୍ରସର ହୋଇଥିଲେ ସେମାନେ ମେଜିଷ୍ଟ୍ରେଟଙ୍କ ଦଳଠାରୁ ଏତେ ଭାଗ୍ୟବାନ ନ ଥିଲେ । ପିପିଲି ଦଳର ଯିଏ ମୁଖ୍ୟ ସେନାପତି ଥିଲେ ସେ ଗଙ୍ଗପଡାର ବିଦ୍ରୋହୀମାନଙ୍କୁ ଦମନ କରିବାରେ ଚେଷ୍ଟିତ ଥିଲେ ଏବଂ ଖୋର୍ଦ୍ଧା ସୈନ୍ୟଙ୍କ ସହ ଏକ ଛକ ସ୍ଥାନରେ ମିଳିତ ହେବା ପାଇଁ ଲକ୍ଷ୍ୟ ରଖିଥିଲେ ସେହି ଲୋକଙ୍କ ନେତାଙ୍କ ଦ୍ଵାରା ସେ ନିହତ ହେଲେ । ଉଭୟ ଦଳ ବାଧ୍ୟ ହୋଇ ଫେରିଆସିଲେ ଓ କଟକକୁ ପିପିଲି ଦେଇ ସେମାନଙ୍କର ସମସ୍ତ ଆସବାବ ପତ୍ର ହରାଇ ବସିଲେ । କଟକ ପାଇକମାନଙ୍କ ହାତରେ କବଳିତ ହେଲା ଯାହାକୁ କି ସେମାନେ ଲୁଣ୍ଠନ କଲେ ଓ ଥାନାକୁ ଜାଳିଦେଲେ । ଅନ୍ୟପକ୍ଷରେ ପୁରୀ ଯାଇଥିବା ଦଳାଧିକାରୀ ଏପ୍ରିଲ ୨ ତାରିଖରେ ସେଠାରେ ପହଞ୍ଚିଲେ ଏବଂ ଶାନ୍ତି ଫେରିଆସିବା ହୃଦବୋଧ କଲେ । ତାଙ୍କର ଏହି ଅଭିଯାନ କୌଣସି ଉପାୟରେ ଉତପୀଡିତ ହୋଇନଥିଲା ଏବଂ ସେ ଏହାର ପ୍ରତିକାର ସ୍ୱରୂପ ଲେଖିଲେ ଯେ ଏକ ସୈନ୍ୟ ବାହିନୀ ସେଠାକୁ ସ୍ଵତନ୍ତ୍ର କାର୍ଯ୍ୟକାରିଣୀ ହିସାବରେ ପଠାଯିବ ଏବଂ ବିଦ୍ରୋହୀଙ୍କ ଦମନ ପାଇଁ ଏ ସୁଚିନ୍ତିତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରାଯିବ ତଦନୁସାରେ ଅପ୍ରେଲ ୯ ତାରିଖରେ ଜଣେ ଅଧିକାରୀଙ୍କ ନେତୃତ୍ଵରେ ୫୫୦ ବ୍ୟକ୍ତି କିଛି ବନ୍ଧୁକ ନେଇ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲେ ଏବଂ ଅପ୍ରିଲ ୧୨ ତାରିଖରେ ଏକ ସାମରିକ ନିୟମ ଖୋର୍ଦ୍ଧା ଅଞ୍ଚଳ ପାଇଁ ଘୋଷଣା କରାଗଲା । ସେହିଦିନ ସକାଳେ ଏକ ବିରାଟ ଦମନକାରୀ ପଟୁଆର ପୁରୀର ଏକ କ୍ଷୁଦ୍ରଗ୍ରାମ ଶୁକଳ ନିକଟରେ ସମବେତ ହେଲେ, ସନ୍ଧ୍ୟାରେ ଲୋକନାଥ ଘାଟ ଦେଇ ସେମାନେ ସହର ଭିତରେ ପ୍ରବେଶ କଲେ ଏବଂ ସରକାରୀ ବିଚାରାଳୟ ତଥା ବେସରକାରୀ ଗୃହରେ ଅଗ୍ନି ସଂଯୋଗ କଲେ । ୟୂରୋପିଆନମାନଙ୍କ (୦.୮୦୪ କିମି) ବାସସ୍ଥଳୀ ସମୁଦ୍ର କୂଳରେ ଅବସ୍ଥିତ ଥିଲା ଯାହା ସହର ଠାରୁ ଅଧ ମାଇଲ ଦୂରରେ ଅବସ୍ଥିତ ଥିଲା । ଏଠାରେ ଭାରତୀୟ ସରକାରୀ ଅଧିକାରୀମାନେ ଆଶ୍ରୟ ନେଲେ । ଏହି ସୈନ୍ୟ ଦଳକୁ ଋଣ ଦାତାଙ୍କ ବଙ୍ଗଳାରେ ଚିହ୍ନିତ କରାଗଲା ଅପ୍ରିଲ ୧୩ ତାରିଖ ସକାଳେ ବିଦ୍ରୋହୀମାନେ ଜଙ୍ଗଲରୁ ବାହାରିଲେ ପୁର୍ବରେ ଥିବା ସହରକୁ ଘେରାଉ କଲେ ଏବଂ ଉଦ୍ଦେଶ୍ୟହିନ ଭାବରେ ନିଆଁ ଲଗାଇଥିଲେ ସିପାହୀମାନେ ଏଠାରୁ ଫେରି ଆସିଲେ ଏବଂ ଦୁଇ ଘଣ୍ଟା ଧରି ବିବାଦ ଲାଗି ରହିଲା ଏବଂ ସିପାହୀମାନେ ଶତ୍ରୁମାନଙ୍କୁ ଦମନ କରି ପୁନଶ୍ଚ ସହରକୁ ପଠାଇଦେଲେ ।
ଏହି ବିଜୟ ସାମୟିକ ଥିଲା ପରେ ପରେ ଏହି ଦମନକାରୀମାନେ ଅଧିକ ସଂଖ୍ୟାରେ ଫେରି ଆସିଲେ, ଅନ୍ୟମାନଙ୍କ ଦ୍ଵାରା ଉତ୍ସାହିତ ହୋଇ ନିଜ ଦଳ ପକ୍ଷରୁ ମନ୍ଦିର ଓ ରାଜାଙ୍କ ବ୍ୟକ୍ତିଗତ ଆଶ୍ରୟସ୍ଥଳୀରେ ଏହି ଦମନକାରୀମାନେ ଯୋଗ ଦେଲେ । ସହରବାସୀ କେତେକ ଏହି ବିଦ୍ରୋହରେ ଯୋଗ ଦେଲେ, ମନ୍ଦିର ପୂଜକମାନେ ଇଂରେଜ ଶାସନ ପତନ ହେଲା ବୋଲି ଖୋଲା ଖୋଲି ଘୋଷଣା କଲେ ଏବଂ ପୂର୍ବତନ ପବିତ୍ର ରାଜାମାନଙ୍କର ଅଧିକାର ଫେରି ଆସିବ ବୋଲି କହିଲେ । ଏପଟେ ବିଦ୍ରୋହୀ ବ୍ୟକ୍ତିଙ୍କ ଦ୍ଵାରା ଓ ଅନ୍ୟପଟେ ସମୁଦ୍ର ଦ୍ଵାରା ଆବଦ୍ଧ ଥିବାରୁ ଇଂରାଜ ମାନେ ଏକ ମାତ୍ର ମାର୍ଗ ଯାହା ଏ ପର୍ଯ୍ୟନ୍ତ ଖୋଲା ଥିଲା ସେହି ବାଟ ଦେଇ ଖୁବ ଶୀଘ୍ର କଟକକୁ ଫେରିବାକୁ ଉଦ୍ୟତ ହେଲେ । କୌଣସି ସତେଜ ଦ୍ରବ୍ୟ କିଣିବାକୁ ନପାଇ ପ୍ରସ୍ତାବ ଗୁଡିକ ଆରମ୍ଭ ହେବ କଣ ଶେଷ ହେବାକୁ ଲାଗିଲା ଏତଦବ୍ୟତୀତ ସରକାରଙ୍କ ଅର୍ଥ ଯେପରି ବିଦ୍ରୋହୀଙ୍କ ହାତରେ ନପଡେ ତାହା ପ୍ରାଧାନ୍ୟ ଦିଆଗଲା ସେଥିପାଇଁ ପୁରୀକୁ ସଂପୂର୍ଣ୍ଣ ରୂପେ ତ୍ୟାଗ କରାଗଲା । ଏବଂ ପଳାତକ ବ୍ୟକ୍ତି ଯେଉଁମାନଙ୍କ ମଧ୍ୟରେ ଏହି Salt Ager ଏବଂ ଜିଲ୍ଲାପାଳ ୧୮ ତାରିଖରେ କଟକରେ ପହଞ୍ଚିଲେ ।ଏହି ଅଞ୍ଚଳର ଦକ୍ଷିଣ ଭାଗ ଓ କଟକ ମଧ୍ୟରେ ସମସ୍ତ ଯୋଗାଯୋଗ ବନ୍ଦ ହୋଇଗଲା ଫଳରେ ଅପ୍ରିଲ ୯ ରେ ଖୋର୍ଦ୍ଧାକୁ ଆସିଥିବା ସୈନ୍ୟମାନେ ଜାଣିବାକୁ ପାଇଲେ ନାହିଁ ଏବଂ ସେମାନଙ୍କ ନିରାପତ୍ତା ପାଇଁ ଏକ ବିରାଟ ଆୟୋଜନ କରାଯାଇଥିଲା । ଏକ ସୈନ୍ୟ ଦଳ ବିଦ୍ରୋହୀମାନଙ୍କ ବିନା ଆକ୍ରମଣରେ ଖୋର୍ଦ୍ଧାରେ ପହଞ୍ଚିଲେ ଏବଂ ଦାୟିତ୍ଵ ନିର୍ବାହୀ ଅଧିକାରୀ ଯେତେବେଳେ ଶୁଣିଲେ ଯେ ବିଦ୍ରୋହୀମାନଙ୍କ ବିରାଟ ଦଳ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି ତଦନୁଯାୟୀ ସେମାନଙ୍କ ବିରୋଧ ପାଇଁ ସମୁଦ୍ୟତ ହେଲେ ଦ୍ଵିତୀୟ ଦିନ ଖୋର୍ଦ୍ଧା ଛାଡି ସେ ବିଦ୍ରୋହୀଙ୍କ ସମ୍ମୁଖୀନ ହେଲେ ଏବଂ ପାଖାପାଖି ୧୦୦୦ ସୈନ୍ୟଙ୍କୁ ତାଙ୍କ ଆୟତ୍ତରେ ରଖିଲେ ।
ଯେହେତୁ ପାଇକ ସଂଖ୍ୟା ଓ ଅସ୍ତ୍ର ସଂଖ୍ୟା କମ ଥିଲା ସେମାନେ ଏହି ବଡ ଧରଣର ଶୃଙ୍ଖଳିତ ଓ ଅସ୍ତ୍ର ସଚିତ ଦଳ ସହ ସମ୍ମୁଖୀନ ହୋଇନପାରି ଜଙ୍ଗଲରେ ଲୁଚିଲେ । ଇଂରେଜ ସୈନ୍ୟଦଳ ପୁରୀକୁ ଏହାର ଯାତ୍ରା ଜାରି ରଖିଲା ଓ ସହରରେ ପ୍ରବେଶ କରି ରାଜାଙ୍କୁ ବନ୍ଦୀ କଲା ଏବଂ ରାଜା ତାଙ୍କ କବଳରୁ ମୁକ୍ତ ହୋଇପାରିଲେ ନାହିଁ ବ୍ରିଟିଶ ସୈନ୍ୟଦଳ ଏବଂ ବିଦ୍ରୋହୀ ପାଇକ ମଧ୍ୟରେ ଅନେକ ଆକ୍ରମଣାତ୍ମକ ଯୁଦ୍ଧ ହୋଇଛି ଏବଂ ଏହା କଟକରୁ ବ୍ୟାପିଯାଇ ବଡ ଧରଣର ଯୁଦ୍ଧରେ ପରିଣତ ହୋଇଛି । ବ୍ରିଟିଶ ଅଧିକାରୀଙ୍କ ପ୍ରତାପକୁ ସମ୍ମୁଖୀନ ହୋଇନପାରି ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖୋର୍ଦ୍ଧାର ଜଙ୍ଗଲ ଗୁଡିକରେ ଦଳଦଳ ପାଇକ ବ୍ୟାପିଗଲେ କିଛି ସମୟ ପାଇଁ ଦେଶର ଶାନ୍ତିକରଣ ପରେ ଏବଂ ଇଂରେଜମାନଙ୍କୁ ଶାସନ କ୍ଷେତ୍ରରେ ଅତିଷ୍ଠ କଲେ । ୧୮୧୭ ମେ ମାସରେ ଖୋର୍ଦ୍ଧାରେ ଦୁଇ ଜଣ ଇଂରେଜ ବିଚାରପତିଙ୍କୁ ନିଯୁକ୍ତି ଦିଆଗଲା ଯେଉଁମାନେ କି ମୃତ୍ୟୁ ଦଣ୍ଡ ସରକାର ଏବଂ ବନ୍ଦୀ ହୋଇଥିବା ବିଦ୍ରୋହୀଙ୍କୁ ଆଜୀବନ କାରାଦଣ୍ଡ ଦେଇପାରିବେ । ୧୮୧୮ ମସିହାରେ ପ୍ରଥମାର୍ଦ୍ଧରେ ଇଂରେଜ ସରକାର ଖୋର୍ଦ୍ଧା ଜଙ୍ଗଲରେ ସାମରିକ ଦମନର କାର୍ଯ୍ୟ ପନ୍ଥା ଚାଲୁ ରଖିଲେ ଯାହାକି ୧୮୨୬ ମସିହା ପର୍ଯ୍ୟନ୍ତ ଚାଲୁ ରହିଲା । ଏହି କାର୍ଯ୍ୟ ପକ୍ରିୟା ମାଧ୍ୟମରେ ପାଇକଙ୍କର କିଛି ଦଳ ସହିତ ବକ୍ସି ଜଗବନ୍ଧୁ ଇତ୍ୟାଦିଙ୍କୁ ଆକ୍ରମଣ କରାଗଲା ଏବଂ ଅନେକଙ୍କୁ ପଶୁ ଭଳି ମାରି ଦିଆଗଲା ଇଂରେଜ ସରକାର ଏକ କମିଶନ ନିଯୁକ୍ତି କଲେ ଏବଂ ଏହି ଗଣ୍ଡଗୋଳର କାରଣ ତଦନ୍ତ ନ୍ୟସ୍ତ କଲେ, ସେହି କମିଶନରମାନେ ରିପୋର୍ଟ କଲେ ଯେ ସରକାର ନିଜେ ହିଁ ଏଥିପାଇଁ ଦାୟୀ ଏଣୁ କୃଷକମାନଙ୍କର ଅଭିଯୋଗ ମଧ୍ୟ କିଛି ମାତ୍ରରେ ଦାୟୀ । କୃଷକ ଉପରୋକ୍ତ ଜମି, ମୁଦ୍ରାର ନିୟନ୍ତ୍ରିକରଣ ଯାହା ଲୋକମାନଙ୍କୁ ବାଧ୍ୟ କରିଥିଲା । କଉଡି ପରିବର୍ତ୍ତେ ମୁଦ୍ରା ଆକାରରେ ଦେବା ପାଇଁ ଏହା ଛଡା ଅଧିକାରୀମାନଙ୍କର ଅତ୍ୟଧିକ ଋଣ ଚାନ୍ଦା ଶଠତା ଓ ତୋଷଣନୀତି ଜନଅସନ୍ତୋଷର ମୂଳ କାରଣ ଥିଲା । ଏହି ସମସ୍ତ ବିଷୟ ସ୍ପଷ୍ଟ ଦର୍ଶାଏ ଯେ ସାଧାରଣ ଲୋକଙ୍କ ଉତ୍ତେଜିତ ଅବସ୍ଥା କୌଣସି ସାମ୍ରାନ୍ତ ବଂଶର ରକ୍ତ ନୁହେଁ ଯାହା ୧୮୧୭ ପାଇକ ବିଦ୍ରୋହ ପାଇଁ ଦାୟୀ । ବାସ୍ତବରେ ଖୋର୍ଦ୍ଧା ରାଜା ଓ ବକ୍ସି ଜଗବନ୍ଧୁ ସେମାନଙ୍କ ପୂର୍ବ ସ୍ଥିତି ପାଇଁ ନେତା ରୂପେ ଗ୍ରହଣୀୟ ହୋଇଥାନ୍ତି, ଏବଂ ଏହି ବିଦ୍ରୋହରେ ଯୋଗ ଦେଇଥିଲେ ।
୧୮୧୭ ନଭେମ୍ବରରେ ବନ୍ଦୀ ଅବସ୍ଥାରେ ରାଜା ମୁକୁନ୍ଦଦେବ ମୃତ୍ୟୁ ବରଣ କଲେ । ସେ ଖୋର୍ଦ୍ଧାର ଶେଷ ରାଜା ଥିଲେ ଏବଂ ତାଙ୍କପରେ ତାଙ୍କର ଉତ୍ତରାଧିକାରୀମାନେ ପୁରୀ ରାଜା ରୂପେ ଗଣା ହେଲେ । ଏହି ରାଜା ଶବ୍ଦ କେବଳ ନାମକୁ ମାତ୍ର ଥିଲା । କିନ୍ତୁ ସେମାନେ ରାଜ ନେତୃତ୍ଵ ଦଳର ପ୍ରତିନିଧିତ୍ଵ କରୁଥିଲେ । ପୁରୀ ମନ୍ଦିରର ପରିଚାଳନା ସେମାନଙ୍କ ଦାୟିତ୍ଵରେ ହସ୍ତାନ୍ତର କରାଗଲା । ମୁକୁନ୍ଦ ଦେବଙ୍କ ପୁତ୍ର ୩ୟ ରାମଚନ୍ଦ୍ର ଦେବ (୧୮୧୭ ରୁ ୧୮୫୬) ପୁରୀର ରଥ ଗଳିରେ ଏକ ନୂଆ ପ୍ରାସାଦ ନିର୍ମାଣ କଲେ ଏବଂ ଅନେକ ଧନ ସମ୍ପତ୍ତି ଚୋରି କରି ଏକତ୍ର ଠୁଳ କଲେ । ତାଙ୍କ ପରେ ୨ୟ ବୀରକିଶୋର ଦେବ (୧୮୫୬ ରୁ ୧୮୬୨) ଏବଂ ତାଙ୍କ ପରେ ୨ୟ ଦିବ୍ୟସିଂହ ଦେବ (୧୮୬୨ ରୁ ୧୮୭୭) ମୃତ୍ୟୁ ଦଣ୍ଡ ଆଦେଶରେ ହତ୍ୟା ଅପରାଧରେ ତାଙ୍କ ଜୀବନ ଭିକ୍ଷା କଲେ । ତାଙ୍କ ପରେ ୩ୟ ମୁକୁନ୍ଦ ଦେବ ୧୯୨୬ ରେ ମୃତ୍ୟୁ ବରଣ କଲେ ଏବଂ ସେ ତାଙ୍କ ପୋଷ୍ୟ ପୁତ୍ର ୪ର୍ଥ ରାମଚନ୍ଦ୍ର ଦେବଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କଲେ ଯିଏକି ୧୯୬୦ ମସିହା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ଵରେ ରହିଲେ ଏବଂ ସେହି ସମୟରେ ଓଡିଶା ସରକାର ମନ୍ଦିର ପରିଚାଳନା ଦାୟିତ୍ଵ ଗ୍ରହଣ କଲେ । ପୁରୀର ବର୍ତ୍ତମାନ ରାଜା ଗଜପତି ୩ୟ ଦିବ୍ୟସିଂହ ଦେବ ହେଉଛନ୍ତି ୪ର୍ଥ ରାମଚନ୍ଦ୍ର ଦେବଙ୍କ ପୁତ୍ର ।
୧୮୨୭ ର ତାପଙ୍ଗ ବିଦ୍ରୋହ
୧୮୨୭ ମସିହାରେ ତାପଙ୍ଗ ଗଡର ଲୋକମାନେ ସାମନ୍ତ ମାଧବ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ଵରେ (ସେମାନଙ୍କ ଦଳବେହେରା) ଇଂରେଜର ଅତ୍ୟାଚାରର ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ଖୋର୍ଦ୍ଧାର ପାଇକ ବିଦ୍ରୋହ (୧୮୧୭-୧୮) ଠାରୁ ଏହି ଅଞ୍ଚଳର ଲୋକମାନେ ଇଂରେଜ ଶାସକଙ୍କୁ କର ଦେଉନଥିଲେ ଫଳରେ ୧୮୨୭ ମେ ୨୩ ତାରିଖରେ ଜଣେ ବ୍ରିଟିଶ ଅଧିକାରୀ ସହିତ କିଛି ସିପାହୀଙ୍କୁ ଖୋର୍ଦ୍ଧା ପଠାଯାଇଥିଲା ଖୋର୍ଦ୍ଧାରୁ ତାପଙ୍ଗଠାରୁ ବକେୟା ଖଞ୍ଜଣା ସଂଗ୍ରହ କରିବା ପାଇଁ ପଠାଯାଇଥିଲା ।
ମାଧବ ଚନ୍ଦ୍ରଙ୍କ ପ୍ରରୋଚନରେ ଇଂରେଜଙ୍କୁ କର ଦେବାକୁ ଲୋକମାନେ ମନାକଲେ । ଗୋବର୍ଦ୍ଧନ ବୈରୀଗଞ୍ଜନ ଗୁଳିମାରୀ ୨ ଜଣ ଇଂରେଜଙ୍କୁ ମାରିଦେଲେ । ଏହି ଠେଲା ପେଲା ଭିତରେ କିଛି ଇଂରେଜ ସିପାହୀ ଅତିଶୟ ଆଘାତ ଓ କ୍ଷତାକ୍ତ ହେଲେ । ଇଂରେଜ ଅଧିକାରୀ ଏହି ପରିସ୍ଥିତିକୁ ଦୃଢତାର ସହିତ ଗ୍ରହଣ କଲେ ନିୟୁ ଟେନାଣ୍ଟ କଲୋନେଲ ହାରକୋଟ ଏକ ଚେତାବନୀ ଦଳବେହେରାଙ୍କୁ ପଠାଇଲେ ବକେୟା ପଇଠ କରିବା ପାଇଁ ଏବଂ ନିଜକୁ ଖୋର୍ଦ୍ଧା ବିଚାରାଳୟରେ ତୁରନ୍ତ ଆତ୍ମ ସମର୍ପଣ କର । କିନ୍ତୁ ମାଧବ ଚନ୍ଦ୍ର ଦଳବେହେରା ଏହାକୁ କର୍ଣ୍ଣ ପାତ କଲେ ନାହିଁ ଏବଂ ବ୍ରିଟିଶ ବିରୋଧରେ ମୁକାବିଲା ପାଇଁ ପ୍ରସ୍ତୁତ ହେଲେ ଦ୍ଵାରକୋଟ ତାପଙ୍ଗ ଆଡକୁ ଅଗ୍ରସର ହେଲେ ଜୁନ ୨୭ ତାରିଖରେ ଏକ ସମ୍ଭାବ୍ୟ ଦଳ ସହିତ ତାପଙ୍ଗ ନିକଟସ୍ଥ କାଣ୍ଡଗୋଦା ଯୁଦ୍ଧ କ୍ଷେତ୍ରରେ ବିଦ୍ରୋହୀଙ୍କୁ ସମ୍ମୁଖୀନ ହେଲେ ଏକ ଲମ୍ବା ଯୁଦ୍ଧର ଅବସାନ ଘଟିଲା ପରେ ବିଦ୍ରୋହୀମାନଙ୍କୁ ହଟାଇବାରେ ସମର୍ଥ ହେଲେ, ବିଦ୍ରୋହ ବନ୍ଦ ହେଲା ପରବର୍ତ୍ତୀ ପର୍ଯ୍ୟାୟରେ ଦଳବେହେରା ମାଧବ ଚନ୍ଦ୍ର ଇଂରେଜଙ୍କର ଶରଣାଗତ ହେଲେ ତାଙ୍କର ଉଦାରତା ଓ ସାହସିକତା ପାଇଁ କ୍ଷମା ପାଇଲେ ।
ମୂଳଉତ୍ସ : ଓଡିଶା ଜିଲ୍ଲା ଗେଜେଟିୟର (ପୁରୀ),୧୯୭୭